ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋରକୁଣ୍ଡାସ୍ଥିତ ଜଳେଶ୍ବର ଶୈବ ପୀଠରୁ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି
/sambad/media/media_files/2024/11/29/mkg-malyabant-utshav-inaguration1.jpg)
ଏହି ଖବର ପଢ଼ନ୍ତୁ: ଅର୍ଜୁନଙ୍କ ସହ ବ୍ରେକ୍-ଅପ୍ ଚର୍ଚ୍ଚା ଭିତରେ ପୂର୍ବ ନଣନ୍ଦଙ୍କ ସହ ମଲାଇକା
ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଓ ପ୍ରୋମୋ ସଙ୍ଗୀତକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। କୋରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଜଳେଶ୍ବର ଶୈବପୀଠ ଠାରେ କଳସ ପୂଜନ ଓ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଶୋଭାଯାତ୍ରାରେ ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ଶୈବ ପୀଠରୁ କଳସ ଶୋଭାଯାତ୍ରାରେ ନାଚଗୀତ ମାଧ୍ୟମରେ କୋରୁକୁଣ୍ଡାସ୍ଥିତ ମାଉଲୀ ମନ୍ଦିରକୁ ନିଆଯାଇଥିଲା।
ଏହି ଖବର ପଢ଼ନ୍ତୁ: ମହିଳା ମାଓବାଦୀକୁ ଗିରଫ
ମାଲକାନଗିରି ଜିଲ୍ଲାର କୋରକୁଣ୍ଡାସ୍ଥିତ ଜଳେଶ୍ବର ଶୈବ ପୀଠରୁ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଓ ପ୍ରୋମୋ ସଙ୍ଗୀତକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଶୋଭାଯାତ୍ରାରେ ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ଶୈବ ପୀଠରୁ କଳସ ଶୋଭାଯାତ୍ରାରେ ନାଚଗୀତ ମାଧ୍ୟମରେ କୋରୁକୁଣ୍ଡାସ୍ଥିତ ମାଉଲୀ ମନ୍ଦିରକୁ ନିଆଯାଇଥିଲା।
ସେହିପରି କୋରୁକୋଣ୍ଡା ଠାରେ ଆଜି ବ୍ଲକସ୍ତରୀୟ ମହୋତ୍ସବକୁ ଉଦଘାଟନ କରାଯାଇଛି। ସେଠାରୁ ଏକ ରଥରେ ସମସ୍ତ କଳସକୁ ସଦର ମହକୁମା ସ୍ଥିତ ଭୈରବ ମନ୍ଦିରକୁ ଅଣାଯାଇଥିଲା। କଳସକୁ ପୂଜାର୍ଚ୍ଚନା କରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ କଳସ ଗୁଡ଼ିକୁ ରଖାଯାଇଛି। ଏଠାରେ ମଧ୍ୟ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଓ ଶଶାଙ୍କ ମିଶ୍ରଙ୍କ ସମେତ ମହୋତ୍ସବ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/29/mkg-malyabant-utshav-inaguration.jpg)