କୋଇଡ଼ା : ‘ମାମା ରିକ୍ସାବାଲା କୋଇଡ଼ା କଲେଜର ପ୍ରଥମ ବିନ୍ଧାଣି’। ଏହି ପ୍ରଥମ ବନ୍ଧାଣିଙ୍କୁ ଚାରି ଡିସମିଲ ଜମିପଟ୍ଟା ପ୍ରଦାନ କରିଛନ୍ତି ପ୍ରଶାସନ।
ନିଜର ବାସଖଣ୍ଡେ ନଥିବା ସତ୍ତ୍ବେ କୋଇଡ଼ାର ମାମା ନିଜ ଅଞ୍ଚଳରେ ଉଚ୍ଚଶିକ୍ଷାର ସୁବିଧା ପାଇଁ ସେ ସାରାଜୀବନର ସଂଚୟକୁ କଲେଜ ପାଇଁ ଦାନ କରିଦେଇଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶିତ ହେବପରେ ତାଙ୍କର ଏହି ମହତ୍କାମ ପାଇଁ ତାଙ୍କୁ ଅନେକ ପ୍ରଶଂସା ଓ ସମ୍ମାନ ମିଳିଥିଲା। ଏ ବୟସରେ ମଧ୍ୟ ରିକ୍ସା ଟାଣି ନିଜ ପରିବାର ପ୍ରତିପୋଷଣ କରୁଥିବା ମାମାଙ୍କ ପାଖରେ ଘର ଖଣ୍ଡେ ନ ଥିବା ଜାଣି କୋଇଡ଼ା ତହସିଲଦାର ଡିଏସ୍ ଶୁଭଦର୍ଶୀ ଜୋଶୀ ସମସ୍ତ ସରକାରୀ ସୁବିଧା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ତହସିଲ କାର୍ଯ୍ୟାଳୟରେ ତହସିଲଦାର ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜୋଶୀ ମାମାଙ୍କୁ ଚାରି ଡିସମିଲ ଜମିପଟ୍ଟା ପ୍ରଦାନ କରିଛନ୍ତି।
ମାମା ପଟ୍ଟା ଗ୍ରହଣକରି ତହସିଲଦାର, ସରପଞ୍ଚ ଓ ‘ସମ୍ବାଦ’କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି।