ଭୁବନେଶ୍ବର: ନିଜର ବ୍ୟକ୍ତିଗତ ସ୍ବାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡି ତଥା ରାଜ୍ୟସଭାରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି। ମମତା ତାଙ୍କ ଇସ୍ତଫାପତ୍ରରେ ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ନିନ୍ଦନୀୟ। ନିଜର ରାଜନୈତିକ ସ୍ବାର୍ଥକୁ ଚରିତାର୍ଥ କରିବାକୁ ଯାଇ ସେ କେବଳ ବିଜେଡି ନୁହେଁ ବରଂ ସମଗ୍ର କୁଡ଼ୁମି ସମାଜ ଓ ମୟୂରଭଞ୍ଜ ଜିଲ୍ଲାକୁ ଧୋକା ଦେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ହେମ୍ବ୍ରମ୍ କହିଲେ, ମମତାଙ୍କ ପରିକୁଡ଼ୁମି ସମାଜର ଜଣେ ପଛୁଆବର୍ଗର ମହିଳାଙ୍କୁ ପ୍ରଥମେ ଜିଲ୍ଲା ପରିଷଦ ସଦସ୍ୟା, ଜିଲ୍ଲା ସଭାନେତ୍ରୀ ଓ ରାଜ୍ୟସଭା ସାଂସଦ ଭାବେ ବିଜେଡି ତରଫରୁ ମନୋନୀତ କରାଯାଇଥିଲା। ନବୀନ ସରକାରଙ୍କ ସମୟରେ କୁଡ଼ୁମି ସମାଜକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ୍ ପାଇଁ କୁଡ଼ୁମି ଭବନ ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କା ଦିଆଯାଇଥିଲା।

Advertisment

ରାଇରଙ୍ଗପୁରରେ କୁଡ଼ୁମି ଭବନ ନିର୍ମାଣ ପାଇଁ ନବୀନ ସରକାର ୩୦ ଡିସିମିଲ ଜମି ପ୍ରଦାନ କରିବା ସହ କୋଟିଏ ଟଙ୍କାର ବ୍ୟୟ ଅଟକଳ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୩୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଯାହାର ନିର୍ମାଣ କାର୍ଯ୍ୟ ଏବେ ଚାଲୁ ରହିଛି ବୋଲି ସେ କହିଥିଲେ। ଅନ୍ୟତମ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ, ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ମମତା ପଦ୍ମ ଧରିଛନ୍ତି। ସେ ଯଦି କୁଡ଼ୁମି ସମାଜର ଉନ୍ନତି କରିବା ପାଇଁ ଚାହୁଁଥିଲେ ତାହାଲେ ରାଜ୍ୟସଭା ପଦ ଛାଡ଼ିଲେ କାହିଁକି ? ନିର୍ବାଚନ ପୂର୍ବରୁ ବିଜେପି କାମ କରୁଥିଲେ। ମମତାଙ୍କ ବିଜେଡି ଛାଡ଼ିବା ଦ୍ବାରା ଦଳର କୌଣସି କ୍ଷତି ହେବନାହିଁ। ନିଜ ସ୍ଥିତି ବଞ୍ଚାଇବା ପାଇଁ ଅନ୍ୟ ରାଜ୍ୟ ଭଳି ମମତାଙ୍କୁ ପ୍ରଲୋଭିତ କରି ବିଜେପି ନିଜ ଦଳକୁ ନେଇଛି। ଯଦି ବିଜେପି ଏଭଳି ଉପାୟ ଆପଣାଏ ତାହାଲେ ସେମାନେ ବିନାଶମୁଖୀ ଆଡ଼କୁ ଯାଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।