ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ତାଲାବନ୍ଦରେ ସାରା ଭାରତ । ସରକାରୀ କଟକଣା ଫଳରେ ଘରୁ ବାହାରୁ ନାହାନ୍ତି ଲୋକେ । ୨୧ ଦିନିଆ ତାଲାବନ୍ଦର ଆଜି ନବମ ଦିନ । ଘରୁ ଗୋଡ଼ କାଢ଼ି ପାରୁନଥିବାରୁ ଖଟିଖିଆ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଦାନା ଗଣ୍ଡିଏ ଯୋଗାଡ଼ କରିବା ମୁସ୍କିଲ ହୋଇ ପଡ଼ୁଛି । ଗାଁରେ ରହୁଥିବା ଗରିବ ଲୋକଙ୍କ କଥା କହିଲେ ନସରେ । ସବୁ ଦିନ ମୂଲମଜୁରୀ କରି ପେଟ ପୋଷୁଥିବା ଲୋକେ ଏବେ ଉପାସରେ ଶୋଇବାକୁ ବାଧ୍ୟ । ହେଲେ ଏପରି ସମୟରେ ଭୋକିଲାଙ୍କ ପେଟ ଭରିବାକୁ ଆଗେଇ ଆସିଛନ୍ତି ରାଜ୍ୟସଭା ସାଂସଦ ମମତା ମହନ୍ତ । ଭୋକିଲାଙ୍କ ଆତୁର ମୁହଁକୁ ଦେଖି ନିଜକୁ ଅଟକାଇ ପାରିନାହାନ୍ତି ମମତା ମହନ୍ତ । କରୋନା ଯୁଦ୍ଧରେ ଭୋକିଲାଙ୍କୁ ମୁହଁରେ ଦାନା ଗଣ୍ଡିଏ ଦେବାକୁ ଆଗେଇ ଆସିଛନ୍ତି । ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ରାଜ୍ୟସଭା ସାଂସଦ ଗରିବଙ୍କ ପେଟ କଥା ବୁଝିଛନ୍ତି ।
/sambad/media/post_attachments/wp-content/uploads/2020/04/EUbyMnwUYAANVem.jpg)
ତାଲାବନ୍ଦ ପାଇଁ ଗରିବଗୁରୁବାଙ୍କ ରୋଜଗାର ବନ୍ଦ ହୋଇଛି । ଆଉ ସେବେ ଠାରୁ ପେଟକୁ ଦାନା ମୁଠାଏ ଯୋଗାଇବା କଷ୍ଟକର ହୋଇପଡ଼ିଛି । ଫଳରେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମମତା ମହନ୍ତ ନିଜ ପଞ୍ଚାୟତର ଗରିବ ଓ ଅସହାୟ ଲୋକଙ୍କୁ ଖାଇବା ବାଣ୍ଟିଛନ୍ତି । ନିଜ ହାତରେ ରୋଷେଇ କରି ଭୋକିଲାଙ୍କୁ ଆହାର ପରସିଦେଇଛନ୍ତି । ତାଙ୍କର ଏପରି ମହତ କାମ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।ସେପଟେ କରୋନା ମୁକାବିଲାରେ ମିସନ୍ ଶକ୍ତି ଏବେ ଓଡ଼ିଶା ଶକ୍ତି ଭାବେ କାମ କରୁଛି । କରୋନା ମୁକାବିଲା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଦସ୍ୟା କାମରେ ଲାଗିଛନ୍ତି । ସେମାନେ ନିଜ ନିଜ ପରିବାର ସହିତ ସ୍ଥାନୀୟ ଗୋଷ୍ଠୀଗୁଡ଼ିକୁ ସଚେତନ କରୁଛନ୍ତି ।
/sambad/media/post_attachments/wp-content/uploads/2020/04/EUckJFZU0AIDkpy-1024x486.jpg)
ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କର ଚାହିଦାକୁ ଦେଖି ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ପୂର୍ବରୁ ସ୍କୁଲ୍ ପୋଷାକ ସିଲେଇର ଅଭିଜ୍ଞତା ଥିଲା, ସେମାନେ ମାସ୍କ ତିଆରି କରୁଛନ୍ତି। ବର୍ତ୍ତମାନ ପାଖାପାଖି ୪୦୦ ଏସ୍ଏଚଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି, ଯାହା କି ଏହି ସମୟରେ ଅତି ଜରୁରୀ ସାମଗ୍ରୀ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/rrrrr.png)