ଭୁବନେଶ୍ବର: ନିର୍ବାଚନ ପରେ ବିଜେଡିକୁ ବଡ଼ ଧକ୍କା ଲାଗିଛି। ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର ଚର୍ଚ୍ଚା ହେଉଛି।
ତେବେ ମମତାଙ୍କ ଇସ୍ତଫା ନେଇ ବିଜେଡି ନେତା ସୁଦାମ ମାରାଣ୍ଡି ପ୍ରତିକ୍ରିୟା ଦେଇଛନ୍ତି। ସୁଦାମ କହିଛନ୍ତି ମମତା କାହିଁକି ଦଳ ଛାଡ଼ିଲେ ସେ ହିଁ କହିପାରିବେ। ବିଜେଡି ଦଳ ଚାଲିଛି ଏବଂ ଚାଲିବ ବୋଲି ସୁଦାମ କହିଛନ୍ତି ।
ସୂଚନାଯୋଗ୍ୟ, ବୁଧବାର ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମୟୂରଭଞ୍ଜରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।
ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେତି ଆଲୋଡନ ଓ ଆଲୋଚନା ଆରମ୍ଭ ହୋଇଛି ।

Advertisment

ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳ ମମତାଙ୍କୁ ଯଥେଷ୍ଟ ସମ୍ମାନ ଦେଇଛି । ଦଳରେ ରହିବା ଛାଡ଼ିବା ତାଙ୍କ ଇଚ୍ଛା।