ବିଶୋଇ: ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବା ସହ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବା ପ୍ରସଙ୍ଗ ସାଂସଦ ମମତା ମହାନ୍ତ ରାଜ୍ୟସଭାରେ ଉଠାଇଛନ୍ତି। ଜଙ୍ଗଲ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ସାଂସଦ ମମତା କହିଛନ୍ତି କି ଶିମିଳିପାଳର କୋର୍ ଅଞ୍ଚଳକୁ ଜନବସତି ଶୂନ୍ୟ ନ କରାଯିବାରୁ ଏହାକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିପାରୁନି। ତେଣୁ ଏନେଇ ବିହିତ ପଦକ୍ଷେପ ନେବା ଉଚିତ। ସେହିପରି ଶିମିଳିପାଳରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଭାଗୀୟ ମନ୍ତ୍ରାଳୟ ପଦକ୍ଷେପ ଗ୍ରହଣ କଲେ ଜିଲ୍ଲାର ଶିକ୍ଷିତ ବେକାର ଯୁବକଯୁବତୀମାନେ ନିଯୁକ୍ତି ପାଇବା ସହ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ସାଂସଦ କହିଛନ୍ତି।
ଏଥିସହିତ ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ନେଇ ବ୍ୟବସ୍ଥା କରାଯିବା ଦରକାର ବୋଲି ମତ ରଖିଛନ୍ତି। ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ଲକ୍ଷାଧିକ କୁଡୁମୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। କୁଡୁମୀ ସମ୍ପ୍ରଦାୟ ଲୋକମାନେ ପୂର୍ବରୁ ଅନୁସୂଚିତ ଜନଜାତି ତାଲିକାରେ ଥିଲେ। ହେଲେ ବିନା କାରଣରେ ୧୯୫୦ ମସିହାରେ ସେମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରୁ ହଟାଇ ଦିଆଯାଇଥିଲା। ତେଣୁ ଏବେ ସଂସଦୀୟ ସମିତି ଗଠନ କରାଯାଇ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପାଇଁ ସାଂସଦ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/16-6.jpg)