ମମିତା‌ ମେହେର ହତ୍ୟା ମାମଲା: ଭୁବନେଶ୍ବର ବିଜେପି ଯୁବମୋର୍ଚ୍ଚାର ଦସ୍ତଖତ ଅଭିଯାନ

ଭୁବନେଶ୍ବର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବା‌ ସହ ଗିରଫ କରିବା ଦାବିରେ ବୁଧବାର ଦିନ ଭୁବନେଶ୍ବର ସାଂଗଠନିକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ରେଲ୍‌ୱେ ଷ୍ଟେସନ ସମ୍ମୁଖ‌ରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି।

ଏହି ଅଭିଯାନରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ, ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ୍‌ ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ରାଜ୍ୟ ଓବିସି ମୋର୍ଚ୍ଚା କୋଷାଧ୍ୟକ୍ଷ ସଂଗ୍ରାମ ନାୟକ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଯୁବମୋର୍ଚ୍ଚା ନେତା ଶିବାଷିସ୍‌ ମହାନ୍ତି, ସୂର୍ଯ୍ୟକାନ୍ତ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର