ମମିତା ମେହେର ହତ୍ୟା ମାମଲା: ବିଜେପିର କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

କର୍ଲାମୁଣ୍ଡା : ମହାଲିଙ୍ଗଠାରେ ହତ୍ୟାର ଶିକାର ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି କର୍ଲାମୁଣ୍ଡା ମଣ୍ଡଳ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରିଷିଡ଼ା ଠାରେ ଅନୁଷ୍ଠିତ ହୋଇଥିଲା। ବିଜେପି ମଣ୍ଡଳ ସଭାପତି ସଞ୍ଜୟ ଜୈନଙ୍କ ନେତୃତ୍ୱରେ ରିଷିଡ଼ା ରାମମନ୍ଦିରଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିବା ସହ ମମିତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ଏଥିରେ ମଣ୍ଡଳ ସାଧାରଣ ସଂପାଦକ ଲିଙ୍ଗରାଜ ସାହୁ, ସୁଶୀଳ ସାହୁ, ବାବା ଭଗବାନ ସାହୁ, ଏସ୍‌ସି ମୋର୍ଚ୍ଚା ବ୍ଲକ୍‌ ସଭାପତି ସୁଧୀର ଦୀପ, ପଦ୍ମାବତୀ ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନବୀନ ରଣା, ହିମାଂଶୁ ରଣା, ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ରଙ୍କ ସମେତ ବହୁ ଯୁବକ ସାମିଲ ହୋଇଥିଲେ।

ମ. ରାମପୁର: ମମିତା ମେହେରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ମ.ରାମପୁର ବିଜେପି କର୍ମକର୍ତ୍ତାମାନେ ସ୍ଥାନୀୟ ଚାରିଛକରୁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ବିଜେପିର ବ୍ଲକ୍‌ ସଭାପତି ପ୍ରତାପ ରଣା, ବରିଷ୍ଠ ନେତା ପଦ୍ମଲୋଚନ ମିଶ୍ର, ଶ୍ରୀକାନ୍ତ ହୋତା, ପ୍ରଶାନ୍ତ ତ୍ରିପାଠୀ, ମନୋଜ ପଣ୍ଡା, ରଞ୍ଜନ ମହାରଣା, ଦିବାକର ବାଗ, ଦିଲ୍ଲୀପ ସାହୁ, ଅମ୍ବିକା ବୈଠାରୁ, ଯଜ୍ଞସେନ ପଣ୍ଡା ଓ ଉପସ୍ଥିତ ଥିଲେ।

ନର୍ଲା: ନର୍ଲା ବ୍ଲକ୍‌ ବିଜେପି ପକ୍ଷରୁ ସୋମବାର ସନ୍ଧ୍ୟା ୬ଟାରେ ମମିତାଙ୍କ ଆତ୍ମାର ସଦ୍‌ଗତି କାମନା କରି ନର୍ଲା ଶିଶୁ ମନ୍ଦିର ଛକରୁ ଏକ କ୍ୟାଣ୍ଡେଲ୍‌ ରାଲି ହୋଇଛି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନାରାବାଜି ଦେଇ ବିଜେପି କର୍ମୀମାନେ ସହର ପରିକ୍ରମା କରିଥିଲେ। ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାଏକ, ଅନିରୁଦ୍ଧ ପଧାନ, ସ୍ବରାଜ ବୁଦ୍ଧିଆ, ହୃଷୀକେଶ ବୁଦ୍ଧିଆ, ଅଭୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର