ମମିତା ମେହେର ହତ୍ୟା ମାମଲା: ସାକ୍ଷୀଙ୍କ ମଧ୍ୟରେ ଦୁଇ ବଙ୍ଗାଳୀ ଦାଦା କିଏ?

ଅନ୍ୟ ନାଁରେ ସିମକାର୍ଡ ଧରୁଥିଲା ଗୋବିନ୍ଦ

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ୧୦ ଜଣ ସାକ୍ଷୀଙ୍କର ୧୬୪ ବୟାନ ରେକର୍ଡ କରିଥିବା ବେଳେ ୧୦୦ରୁ ଅଧିକ ସାକ୍ଷୀଙ୍କ ୧୬୧ରେ ବୟାନ ରେକର୍ଡ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ବଙ୍ଗାଳୀ ଦାଦା ରହିଛନ୍ତି ବୋଲି ଜଣାପଡ଼ିଛି। ବଙ୍ଗାଳୀ ଦାଦା ଦୁଇ ଜଣ ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ଏମାନଙ୍କ ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର କଣ ସଂପର୍କ ଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେହିପରି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପାଖରୁ ଜବତ ହୋଇଥିବା ମୋବାଇଲ ସବୁରେ ଖୋଳତାଡ କରିବା ପରେ ପୁଲିସ ସବୁ ସିମକାର୍ଡ ଗୋବିନ୍ଦ ନାଁରେ ନ ଥିବା ଜାଣିବାକୁ ପାଇଛି। ଗୋବିନ୍ଦ ପାଖରେ କାମ କରୁଥିବା ଗାଁ ଲୋକଙ୍କ ନାଁରେ ସବୁ ସିମକାର୍ଡ ଗୋବିନ୍ଦ କିଣି ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି ।
ଏପରିକି ମମିତା ମେହେରଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ସାମ୍ନାକୁ ଆସିଛି। ମମିତା ନିଖୋଜ ପୂର୍ବରୁ ଗୋବିନ୍ଦ ୭ ହଜାର ଟଙ୍କା ମମିତାଙ୍କୁ ଦେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର