କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଗୁରୁବାର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ହାଜର ହୋଇଥିଲେ। ଗତ ୧୦ମାସ ପରେ ଏହି ଦୁଇ ଅଭିଯୁକ୍ତଙ୍କ ଚାର୍ଜସିଟ୍‌ ଦାଖଲ ହୋଇଛି। ଏ ସଂପର୍କରେ ଅଦାଲତରେ ଅଭିଯୁକ୍ତ ଗୋବିନ୍ଦ ଓ ରାଧେଙ୍କୁ ସୂଚନା ଦିଆଯାଇଥିଲା। ଆସନ୍ତା ସେପ୍ଟେମ୍ବର ୮ତାରିଖ ଦିନ ପରବର୍ତ୍ତୀ ଶୁଣାଣି ଥିବାରୁ ପୁଣି ଗୋବିନ୍ଦ ଓ ରାଧେ ଏଡିଜେ କୋର୍ଟରେ ହାଜର ହେବେ।

Advertisment

କଣ୍ଟାବାଞ୍ଜି କୋର୍ଟରୁ ସାକ୍ଷୀମାନଙ୍କୁ ସମନ ଗଲା ପରେ ସେମାନେ କୋର୍ଟରେ ହାଜର ହୋଇ ବୟାନ ରଖିବେ। ସାକ୍ଷୀମାନଙ୍କ ବୟାନ ଅନୁଯାୟୀ ଗୋବିନ୍ଦ ଓ ରାଧେଙ୍କ ଉପରେ ଟ୍ରାଏଲ୍ ଆରମ୍ଭ ହୋଇ ଏହି ମାମଲା ଆଗକୁ ବଢ଼ିବ। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଦୁର୍ଗାପ୍ରସାଦ ପାଢ଼ୀ ଓ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପିି ଅମରେନ୍ଦ୍ର ମିଶ୍ର କେସ୍‌ ପରିଚାଳନା କରୁଛନ୍ତି।