କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡିକୁ ଗୁରୁବାର ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ପୁଲିସ୍ ପକ୍ଷରୁ ଚାର୍ଜସିଟ୍ ଦାଖଲ ପରେ ପ୍ରଥମଥର ପାଇଁ ପୁଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା। ହାଜର ପରେ ଉକ୍ତ ମାମଲାକୁ ବ୍ୟକ୍ତିଗତ ଭାବେ ଅଦାଲତ କଣ୍ଟାବାଞ୍ଜି ଏଡିଜେଙ୍କୁ କମିଟ୍ମେଣ୍ଟ ପାଇଁ ପଠାଯାଇଛି ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗୁରୁବାର କୋର୍ଟରେ ହାଜର ହେବାପରେ ପ୍ରାୟ ତିନିଶହ ପୃଷ୍ଠାର ଏକ ଚାର୍ଜସିଟ୍ ଗୋବିନ୍ଦକୁ ଦିଆଯାଇଛି। ପରେ, ଏଡିଜେ କୋର୍ଟ ତାରିଖ ନିର୍ଦ୍ଧାରଣ ହେଲେ ତାକୁ ହାଜର କରାଯିବ ବୋଲି ଗୋବିନ୍ଦର ଓକିଲ ମୋହନଲାଲ ଶର୍ମା କହଛନ୍ତି।
ମମିତା ହତ୍ୟା ମାମଲା: ସହଯୋଗୀ ସହ କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋବିନ୍ଦ
/sambad/media/post_attachments/wp-content/uploads/2021/10/gobinda-sahu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)