ଭୁବନେଶ୍ବର/ ବଲାଙ୍ଗୀର : ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦଙ୍କ ସହଯୋଗୀ ତଥା ତାଙ୍କ ଡ୍ରାଇଭର ଗିରଫ ହୋଇଛି । ସନସାଇନ୍ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ନିଜ ଡ୍ରାଇଭର ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ । ଆଜି ରାଧେଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯିବ । ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ ।
/sambad/media/post_attachments/wp-content/uploads/2021/10/e57d5682-ac0b-4517-bfcc-5af08a5d0008-225x300.jpg)
ଏହି ଜଘନ୍ୟ ହତ୍ୟା ମାମଲାରେ ଗୋବିନ୍ଦଙ୍କ ଜେସିବି ଡ୍ରାଇଭର ଓ ଜଣେ କର୍ମଚାରୀ ରାଜସାକ୍ଷୀ ହେବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଏହି ଘଟଣାରେ ଛାତ୍ରୀ ଓ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସନସାଇନ୍ କଲେଜର ଜଣେ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/15241682-9daf-4217-a9c9-f44ea6e420e0.jpg)