ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ ଗିରଫ

ଭୁବନେଶ୍ବର/ ବଲାଙ୍ଗୀର : ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦଙ୍କ ସହଯୋଗୀ ତଥା ତା‌ଙ୍କ ଡ୍ରାଇଭର ଗିରଫ ହୋଇଛି । ସନସାଇନ୍ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ନିଜ ଡ୍ରାଇଭର ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ । ଆଜି ରାଧେଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯିବ । ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ ।

ଏହି ଜଘନ୍ୟ ହତ୍ୟା ମାମଲାରେ ଗୋବିନ୍ଦଙ୍କ ଜେସିବି ଡ୍ରାଇଭର ଓ ଜଣେ କର୍ମଚାରୀ ରାଜସାକ୍ଷୀ ହେବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଏହି ଘଟଣାରେ ଛାତ୍ରୀ ଓ  ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସନସାଇନ୍ କଲେଜର ଜଣେ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି ।

ସମ୍ବନ୍ଧିତ ଖବର