ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମମିତା ମେହେରଙ୍କ ପରିବାର, ମାମଲାର ନିରପେକ୍ଷ ତଦନ୍ତ ପାଇଁ କଲେ ଦାବି

କଟକ: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ୍‌ସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ହାଇକୋର୍ଟରେ ପହଞ୍ଛିଛି। ମମିତା ମେହେରଙ୍କ ପରିବାର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି। ମମିତାଙ୍କ ପରିବାର ଲୋକେ ମାମଲାର ତଦନ୍ତ ଫାଷ୍ଟଟ୍ରାକ୍‌ କୋର୍ଟରେ କରିବାକୁ ଆବେଦନ କରିଛନ୍ତି। ରାଜ୍ୟ ସରକାର ଓ ପୁଲିସକୁ ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନ କରିଛନ୍ତି। ସେହିପରି ବଲାଙ୍ଗୀର ଏସ୍‌ପି, ସିନ୍ଧେକେଲା ଥାନା ଅଧିକାରୀଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତମାସ ୮ ତାରିଖରେ ନିଖୋଜ ହୋଇ ଯାଇଥିଲେ। ପ୍ରାୟ ୧୦ ଦିନ ପରେ ମମିତାଙ୍କ ମୃତଦେହ ମହାଲିଙ୍ଗ ଷ୍ଟାଡିୟମ୍‌ରୁ ମିଳିଥିଲା। ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡୀକୁ ଗିରଫ କରିଥିଲା। ମାତ୍ର ଏହି ଘଟଣାରେ ଅନ୍ୟମାନେ ମଧ୍ୟ ସଂପୃକ୍ତ ଦର୍ଶାଇ ବିଜେପି ଓ କଂଗ୍ରେସ ଧାରଣା, ପ୍ରଦର୍ଶନ ଓ ଆନ୍ଦୋଳନ କରୁଛି।

ସମ୍ବନ୍ଧିତ ଖବର