ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ମାମୁଲୁ ଓରଫ ସ୍ରଷ୍ଟା ରାଉତରାୟଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। କମିସନ ରେଟ୍ ପୁଲିସ ଫୁଲନଖରା ଅଞ୍ଚଳରୁ ମାମୁଲୁ ଓରଫ ସ୍ରଷ୍ଟା ରାଉତରାୟଙ୍କୁ ଗିରଫ କରିଥିବାର ଖବର ମିଳିଛି । ଗଣମାଧ୍ୟମରେ ହତ୍ୟାକାରୀର ମୋବାଇଲ ଭିଡିଓ ପ୍ରସାରଣ ପରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା ।

Advertisment

ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ଗତକାଲି ଦେଇଥିଲେ ଯେ ଭୋର ୪ଟା ସମୟରେ ହତ୍ୟାକାରୀ ବଡ଼ଭାଇକୁ ଚିହ୍ନଟ କରାଯାଇଥିଲା। ତାକୁ ଧରିବାଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ ଦୁଇଭାଇ ବେରୋଜଗାର ଥିଲେ। ବଡ଼ଭାଇ ମାମୁଲୁ ରାଉତରାୟ ବିବାହିତ। ମାତ୍ର ସାନପୁଅ ପ୍ରୀତମ ଥିଲେ ଅବିବାହିତ। ସେମାନଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନେ ବାପାଙ୍କ ପଇସାରେ ଚଳୁଥିଲେ।ସେମାନେ ବାଲିଅନ୍ତା ଥାନା ଅତଳାର ପଞ୍ଚମୁଖୀ ଆପାର୍ଟମେଣ୍ଟର ଫ୍ଲାଟ ନଂ-୫୦୪ରେ ରହୁଥିଲେ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଜମିଜମା ବିବାଦ ବା ପଇସାପତ୍ର କଥାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି ।

publive-image
ଏଠାରେ ସୂଚନାଯୋଗ୍ୟ ଯେ ପଅର ଦିନ ଦିପହରରେ ପ୍ରୀତମ ରାଉତରାୟକୁ ଗୋଡେଇ ଗୋଡେଇ ହାଣିଥିଲା ମାମୁଲୁ ରାଉତରାୟ । ବିଚ୍ ରାସ୍ତାରେ ହାଣିବା ପରେ , ସୁରେଖା ଆପାର୍ଟମେଂଟ ନିକଟରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଚାଲିଯାଇଥିଲା ।