ବଜ୍ରକାପ୍ତା ସହ ଯୁବକ ବନ୍ଧାହେଲେ

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ନେଗିପାଲି ଗ୍ରାମର ଜଗତ ଠେଲା (୧୯)ଙ୍କୁ ବଜ୍ରକାପ୍ତା  ଚୋରା ଚାଲାଣ କରୁଥିବା ସମୟରେ ଗିରଫ କରାଯାଇଛି। ଏସ୍‌ଟିଏଫ୍‌ ଓ ବନବିଭାଗର ମିଳିତ ଚଢ଼ାଉ ବେଳେ ଅଭିଯୁକ୍ତଠାରୁ ଜୀବନ୍ତ ବଜ୍ରକାପ୍ତା  ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟିର ଓଜନ ୭.୩ କେଜି ଏବଂ ଲମ୍ବ  ୪ ଫୁଟ୍‌ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ।

ମଙ୍ଗଳବାର ଭୋର ୪ଟାରେ ବରଗଡ଼-ଭେଡ଼େନ ରାସ୍ତାର ନେଗିପାଲି ଛକରେ ଜଗତ ଏକ ବସ୍ତାରେ ଗୋଟିଏ ବଜ୍ରକାପ୍ତାକୁ ଭର୍ତ୍ତିକରି ଚାଲାଣ କରିବା ପାଇଁ ଅଟକି ରହିଥିଲା। ଏତିକି ବେଳେ ଏସ୍‌ଟିଏଫ୍‌ ଟିମ୍‌ ଓ ସହରାଟିକିରା ବନ ବିଭାଗର କର୍ମଚାରୀ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଚଢ଼ଉ ସମୟରେ ଫରେଷ୍ଟର ବିଜାରୁ ମାଝୀ, ଫରେଷ୍ଟର ସୁଦୀପ୍ତ ରଥ, ଫରେଷ୍ଟ ଗାର୍ଡ ଶଶିକାନ୍ତ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର