ଯୁବତୀଙ୍କ ଫଟୋ ଭାଇରାଲ କରି ଯୁବକ ଗିରଫ

କୋରେଇ : କୋରେଇ ଥାନା ହଳଦିଗଡ଼ିଆ ଗ୍ରାମରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଅଡିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ହଳଦିଗଡ଼ିଆ ଗ୍ରାମର ଶ୍ରୀକାନ୍ତ ବିଶ୍ବାଳ। ଚଳିତ ମାସ ୨ ତାରିଖରେ ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା।

ପୁଲିସ୍‌ ଏନେଇ ଥାନା କେସ୍‌ ନମ୍ବର– ୧୫୯/୨୨ ରୁଜୁ କରି ତଦନ୍ତ ଚଳାଇଥିଲା। ଅଭିଯୋଗ ମୁତାବକ, ଶ୍ରୀକାନ୍ତ ସମ୍ପୃକ୍ତ ଯୁବତୀଙ୍କୁ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରିଥିଲା। ପରେ ଯୁବତୀଙ୍କର କିଛି ଅଶ୍ଳୀଳ ଫଟୋ ଓ ଫୋନ କଥାବାର୍ତ୍ତାକୁ ନେଇ ସେ ବ୍ଲାକମେଲ୍‌ କରିଥିଲା। ଯୁବତୀଜଣକ ବାହା ହେବାକୁ ମନା କରିବାକୁ ଶ୍ରୀକାନ୍ତ ଫଟୋ ଓ ଅଡିଓ ଭାଇରାଲ କରିଥିଲା। ପରେ ପୁଲିସ୍‌ ଶ୍ରୀକାନ୍ତକୁ ଖୋଜୁଥିବା ବେଳେ ଆଜି ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର