ବାଲେଶ୍ବର: ବାଲେଶ୍ବର ରେଳ ଷ୍ଟେସନରେ ଜଣେ ପଶ୍ଚିମବଙ୍ଗ ଯୁବତୀକୁ ଅଶ୍ଳିଳ ଇଙ୍ଗିତ କରିବା ଅଭିଯୋଗରେ ରେଲୱେ ପୁଲିସ ଯୁବକ ଜଣକୁ ଗିରିଫ କରିଛି। ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଆରଡ଼ି ଅଞ୍ଚଳର ଆନନ୍ଦ ଚନ୍ଦ୍ର ଜେନା ନିଜକୁ ଏଏମ୍ଏସ୍ ୱେବ୍ ଚ୍ୟାନେଲ ସାମ୍ବାଦିକ ପରିଚୟ ଦେଇ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଥିବା ପ୍ରତିକ୍ଷାଳୟରେ ଯୁବତୀ ଜଣକ ଏକା ବସିଥିବା ଦେଖି ଅଶ୍ଳିଳ ଇଙ୍ଗିତ କରିଥିଲେ। ଯୁବକ ଜଣକର ଏଭଳି ଆଚରଣ ଦେଖି ଓଡ଼ିଆ ବୁଝି ପାରୁନଥିବା ଯୁବତୀ ଜଣକ ଭୟଭୀତ ହୋଇ ଜିଆର୍ପିର ସହାୟତା ନେବା ସହିତ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଯୁବକ ଜଣକୁ ଅଟକ ରଖି ୨୯/୨୨ ନମ୍ବରରେ ଏକ ମାମଲା ରୁଜୁ କରିଥିଲା। ପରେ ଯୁବକ ଜଣକ ବେଲ୍ ପାଇ ଘରକୁ ଫେରିଥିବା ଜଣାଯାଇଛି।
ଯୁବତୀଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ମହଙ୍ଗା ପଡ଼ିଲା, ଯୁବକକୁ ଗିରଫ କଲା ରେଲୱେ ପୁଲିସ
/sambad/media/post_attachments/wp-content/uploads/2022/03/bls1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)