କପ୍ତିପଦା: ମୋବାଇଲ୍ ଟାୱାର ବସାଇ ଟଙ୍କା ରୋଜଗାର କରିବାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଲୁଟୁଥିବା ଏକ ରୢାକେଟ୍ର ପର୍ଦ୍ଦାଫାସ୍ କରିଛି କପ୍ତିପଦା ପୁଲିସ। କୋଲକାତାରୁ ଅପରେଟ ହେଉଥିବା ଏହି ଠକ ସଂସ୍ଥା ଉପରେ ଚଢ଼ଉ କରିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୁଲିସ ଚଢ଼ଉ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଛି। କପ୍ତିପଦା ଥାନା ବଡ଼ଖଲାଡ଼ି ଗ୍ରାମର ହିମାଂଶୁ ଶଙ୍ଖୁଆଙ୍କୁ ମୋବାଇଲ୍ ଟାୱାର ବସାଇବା ରୋଜଗାର କରିବା ନିମନ୍ତେ ଫୋନ୍ ଆସିବା ପରେ ସେ ୮୨ ହଜାର ଟଙ୍କା ପ୍ରଦାନ କରିଥିଲେ, ଯାହାକି ପରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇ ଏନେଇ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ପୁଲିସ ହିମାଂଶୁଙ୍କ ନିକଟକୁ ଫୋନ୍ ଆସିଥିବା ନମ୍ବରକୁ ଧରି ଆରମ୍ଭ କରିଥିଲା ତଦନ୍ତ। ଏବଂ ତଦନ୍ତରେ କପ୍ତିପଦା ପୁଲିସ୍ କଲିକତାରେ ଚଢାଉ କରିଥିଲା। ଚଢ଼ଉ ସମୟରେ ଏକ ଘର ଭିତରେ ଚାଲିଥିବା ଏହି ଠକ ସଂସ୍ଥାର ରୢାକେଟ୍କୁ ପୁଲିସ୍ ଠାବ କରିଥିବା ବେଳେ ସେଠାରୁ ୬୭ଟି ମୋବାଇଲ୍, ୮ଟି ସିପିୟୁ, ଗୋଟିଏ ଲ୍ୟା୍ପଟପ୍ ଏବଂ ନଗଦ ୮୩ ହଜାର ଏକଶହ ଟଙ୍କା ପୁଲିସ ଜବତ କରିଥିଲା । ଏହା ସହିତ ଜଣେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଆକାଶ ଶାହା। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ବେଳେ ସେମାନେ ଆସାମ ଅଂଚଳର ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/6cf02d30-bfd4-4482-b44d-b0d1c246ac9c.jpg)