ଦାଦନ ଖଟିବାକୁ ଯାଇଥିଲେ ଓଡ଼ିଆ ଦଂପତି; ଆନ୍ଧ୍ରରେ ସ୍ତ୍ରୀଙ୍କ ଗଳା ଚିପିଦେଲା ସ୍ବାମୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଦନ ଖଟିବାକୁ ସ୍ବାମୀ ଓ ସ୍ତ୍ରୀ ସୁଦୂର ଆନ୍ଧ୍ରପ୍ରଦେଶର କାକିନାଡ଼ାକୁ ଯିବା ଓ ସେଠାରେ ସ୍ତ୍ରୀଙ୍କ ଗଳାଚିପି ହତ୍ୟା କରିଥିବା ଅଭିଯୋଗ ହେଇଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଅଢ଼େଇ ବର୍ଷର ଝିଅ ପୁଲିସ ସମ୍ମୁଖରେ ବାପା ହିଁ ମୋ ମା’କୁ ହତ୍ୟା କରିଥିବା ବୟାନ ଦେବା।

ମିଳିଥିବା ସୂଚନା ଅନୁସାରେ ୭ ବର୍ଷ ତଳେ ଉମରକୋଟ ବ୍ଲକ୍‌ର ବଙ୍ଗୀୟ କାରା ଗ୍ରାମର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ (୨୨) ଉମରକୋଟ ବ୍ଲକର ସିଲାଟି ଗ୍ରାମର ମାଣିକ ଘୋଷଙ୍କୁ ବିବାହ କରିଥିଲେ। ମାଣିକ ହୋଟେଲ ମ୍ୟାନଜମେଣ୍ଟ ପାଠ ପଢିଥିଲେ ହେଁ ବିବାହ ବେଳକୁ କୌଣସି ଚାକିରି କରୁ ନ ଥିଲେ। ଗତ ମେ’ ମାସରେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ଘଟଣା ଯାଇ ଥାନାରେ ପହଞ୍ଚିଥିଲା। ମାମଲା ରୁଜୁ ପରେ ଲିପିକା ବାପାଙ୍କ ଘରକୁ ପଳାଇ ଆସିଥିଲା।

ତେବେ ଜୁନ ମାସରେ ପୁଅ ଘର ଲୋକ କାରା ଗାଁକୁ ଆସି ଝିଅକୁ ନେବା ପାଇଁ ଆସିଥିଲେ। କିନ୍ତୁ ଝିଅ ଘର ଛାଡ଼ିବା ପାଇଁ ରାଜି ନ ଥିଲେ। ଶେଷରେ ଗ୍ରାମଲୋକଙ୍କ ବୈଠକ ବସିବା ପରେ ବାପା ଲିପିକାକୁ ସ୍ବାମୀ ନିକଟକୁ ଛାଡିଥିଲେ। ଜୁନରେ ସ୍ବାମୀ ଓ ସ୍ତ୍ରୀ ଦାଦନ ଖଟିବାକୁ ସୁଦୂର କାକିନାଡ଼ା ଯାଇଥିଲେ। ସେଠାରେ ମାଣିକ ଗୋଟିଏ ହୋଟେଲ୍‌ରେ ୱେଟର ବଏ ଭାବେ କାମ କରୁଥିଲେ। ଗତ ସୋମବାର ସକ।ଳ ପ୍ରାୟ ୬ଟା ବେଳେ ମାଣିକ କାକିନାଡ଼ାରେ ରହୁଥିବା  ଜଣେ ସ।ଙ୍ଗକୁ ଫୋନ କରି ସ୍ତ୍ରୀକୁ ରାତି ମୂର୍ଚ୍ଛା ରୋଗ ହେଲା ଆଉ ଉଠୁନି। ସାଙ୍ଗ କହିଲା ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରି ଡାକ। ଆମ୍ବୁଲାନ୍ସ ଆସିଲା। କିନ୍ତୁ ଲିପିକା ମୃତ୍ୟୁ ହୋଇଥିବା ଜାଣି ନଥିଲା। ପୁଣି ଆମ୍ବୁଲାନ୍ସ ଆସି ସ୍ତ୍ରୀଙ୍କୁ ନ ନେବା ସାଙ୍ଗକୁ ଜଣାଇଲା। ତୁରନ୍ତ ମାଣିକର ସାଙ୍ଗ ପହଂଚି ଯାଇଥିଲେ ଓ ଦେଖିଲେ ଲିପିକାର ଗଳାରେ ଚିପିବା ଚିହ୍ନ ରହିଛି। ଏହି ଖବର ପୁଲିସ ନିକଟରେ ପହଞ୍ଚିବ ପରେ କାକିନାଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ଆଡୁ ମାମଲା ରୁଜୁ କରି ମାଣିକକୁ ଗିରଫ କରିଥିଲା।

ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି ଅଢ଼େଇ ବର୍ଷର ଝିଅ ମ।ହୀ ଘୋଷ ପୁଲିସ୍ ସମ୍ମୁଖରେ ମୋ ବାପା ହିଁ ମୋ ମା’କୁ ଗଳାଚିପି ହତ୍ୟା କରିଛି ବୋଲି ବୟାନ ଦେଇଛି, ଯାହାକି ପୁଲିସକୁ ଆଶ୍ଚର୍ଯ୍ୟ କରିଦେଇଛି। ଏପରି କି ମାଣିକ ପୁଲିସ ସମ୍ମୁଖରେ କହିଛି ମୋ ସ୍ତ୍ରୀ କୁ ମୂର୍ଚ୍ଛା ବେମାର ହେବା ପରେ ମୁଁ ପାଟି ପାଖରେ ଆଙ୍ଗୁଠି ରଖିଥିଲି ଓ ଏହି ସମୟରେ ଲିପିକା ମୋ ଆଙ୍ଗୁଠିକୁ କାମୁଡି ଦେଇଥିଲା ଓ ମୁ ରାଗି କି ଲିପିକାର ଗଳାଚିପି ଦେଇ ମାରିଦେଲି।

ଖବର ପାଇଁ ଲିପିକାଙ୍କ ବାପା ତପନ ମଣ୍ଡଳ କାକିନାଡ଼ା ଠାରେ ପହଞ୍ଚିଥିଲେ। ସେଠାରେ ଲିପିକାର ଶବ ବ୍ୟବଚ୍ଛେଦ ପରେ ପୁଲିସ ତପନ ମଣ୍ଡଳଙ୍କୁ ଝିଅର ମୃତଦେହ ହସ୍ତାନ୍ତର କରିଥିଲା। ଆଜି ସନ୍ଧ୍ୟାରେରେ ନାତୁଣୀ ଓ ଝିଅର ମୃତ ଶରୀରକୁ ଆମ୍ବୁଲାନ୍ସ ରେ ଧରି କାରା ଗାଁ ପହଞ୍ଚିଲେ ଲିପିକାର ବାପା ତପନ ମଣ୍ଡଳ। ପ୍ରଥମେ ଲିପିକାଙ୍କ ମୃତ ଶରୀର କାରାଗାଁ ଆସିଥିଲା ପରେ ମୃତ ଶରୀର ସ୍ୱାମୀର ଘର ସିଲାଟି ଯାଇଥିଲା। ସେଠାରେ ଲିପିକାଙ୍କ ଶେଷ କୃତ୍ୟ ସଂପନ୍ନ ହେଇଛି।

ଘଟଣାକୁ ନେଇ ଲିପିକାଙ୍କ ବାପା ଯିଏ କି ଦିନ ମଜୁରିଆ କରି ପରିବାର ପୋଷଣ କରନ୍ତି, କହିଛନ୍ତି ମୋ ଝିଅର କୌଣସି ମୂର୍ଚ୍ଛା ରୋଗ ନ ଥିଲା। ଏହା ଏକ ଯୋଜନାଦ୍ଧ ହତ୍ୟା, ଯାହାକି ତାର ସ୍ବାମୀ ଦ୍ବାରା ହିଁ ହୋଇଛି। ଦୋଷୀକୁ ତୁରଂତ ଫାଶୀ ଦଣ୍ଡ ହେବା ପାଇଁ ସେ ଦାବି କରିଛନ୍ତି। ଘଟଣାକୁ ନେଇ ସମଗ୍ର ଉମରକୋଟ ଅଂଚଳ ରେ ହଇଚଇ ସୃଷ୍ଟି ହେଇଛି।

ସମ୍ବନ୍ଧିତ ଖବର