ସୋନପୁର/ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ୍ଏସି କାଉନସିଲର ନଳିନୀ ନାୟକଙ୍କ ସ୍ବାମୀ ସଞ୍ଜୀବ ଗୁରୁ ଓରଫ୍ ରାଜା(୩୩) ହତ୍ୟାକଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୁଲିସ। ବଚସାରୁ ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ମୃତ ସଞ୍ଜୀବର କକା ପୁଅ ଭାଇ ତରଭା ଗଡ଼ଭିତରର ଶ୍ରୀତମ ଭୂଷଣ ଗରୁ(୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏ ସମ୍ପର୍କରେ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସ୍ପି ଅମରେଶ ପଣ୍ଡା ସବିଶେଷ ସୂଚନା ଦେଇଛନ୍ତି। ମୃତ ସଞ୍ଜୀବ ପ୍ରାୟତଃ ସବୁବେଳେ ମଦ୍ୟପାନ କରୁଥିଲେ ଏବଂ ନିଜର ପରିବାର ପ୍ରତି ଠିକ୍ ଭାବରେ ଦୃଷ୍ଟି ଦେଉନଥିଲେ। ନିଜ ଅଜା ଗଣ୍ଡାରାମ ଗୁରୁଙ୍କ ଦେହାନ୍ତ ପରେ ପରିବାର ରହୁଥିବା ଘରଠାରୁ ଶହେ ମିଟର ଦୂରରେ ଥିବା ଅଜା ରହୁଥିବା ଘରେ ପ୍ରାୟତଃ ରାତିରେ ସଞ୍ଜୀବ ଶୋଉଥିଲେ। ଗତ ଶନିବାର ଅଭିଯୁକ୍ତ ଶ୍ରୀତମ ରାତ୍ରୀ ଭୋଜନ ନେଇ ସଞ୍ଜୀବ ପାଖକୁ ଏହି ଘରକୁ ଯାଇଥିଲା। ସେହି ସମୟରେ ନିଶାସକ୍ତ ଥିବା ସଞ୍ଜୀବ ସହ ଅଭିଯୁକ୍ତ ଶ୍ରୀତମର ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀତମ ଏକ ଳୁହା ପାଇପରେ ସଞ୍ଜୀବଙ୍କୁ ଆକ୍ରମଣ କରିଥିଲା। ଫଳରେ ସଞ୍ଜୀବର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଶ୍ରୀତମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସ୍ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ତରଭା ଆଇଆଇସି ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/snp.jpg)