ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ଗୋପାଳପୁର ଗ୍ରାମର ଜଣେ ଯୁବକ ନବାଳିକାଙ୍କ ଘର ସାମ୍ନାରେ ଗଣ୍ଡଗୋଳ କରି ଗିରଫ ହୋଇଛନ୍ତି। ଯୁବକ ଜଣକ ହେଲେ; ପରେଶ ରାଉତ। ପରେଶ ଗ୍ରାମର ଜଣେ ନାବାଳିକାଙ୍କୁ ଗତ ଏକମାସ ତଳେ ଅପହରଣ କରିଥିଲେ। ଏନେଇ  ନାବାଳିକାଙ୍କ ମାଆ ସୋର ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ୧୩୪/୨୩ରେ ଏକ ମାମଲା ରୁଜୁ କରି ପରେଶଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ପରେଶ ଜାମିନରେ ଆସିବା ପରେ ସଂପୃକ୍ତ ନାବାଳିକଙ୍କ ଘର ସାମ୍ନାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ। ତେଣୁ ସ୍ଥାନୀୟ ଲୋକ ଓ ନାବାଳିକାଙ୍କ ପରିବାର ଲୋକ ତାଙ୍କୁ ଅଟକ ରଖି ସୋର ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ପରେଶଙ୍କୁ ଥାନା ନେଇଥିଲା। ନାବାଳିକାଙ୍କ ମାଆଙ୍କ ଅଭିଯୋଗ ମୂଳେ ପୁଲିସ ୨୩୩/୨୩ରେ ଏକ ମାମଲା ରୁଜୁ କରି ପରେଶଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।