ହରିଣ ମାରିବା ଅଭିଯୋଗରେ ଜଣେ ଗିରଫ

ହାଟଡିହି : କେନ୍ଦୁଝର ଜିଲ୍ଲା ହଦଗଡ଼ ଅଭୟାରଣ୍ୟରେ ହରିଣ ମାରିବା ଅଭିଯୋଗରେ ବନ ବିଭାଗ ଜଣକୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ସକାଳେ ଏକ ହରିଣ ହଦଗଡ଼ ଅଭୟାରଣ୍ୟ ମଧ୍ୟରୁ ଚଞ୍ଚଳପଡ଼ା ଗାଁ ନିକଟକୁ ପାଣି ପିଇବାପାଇଁ ପଳାଇ ଆସିଥିଲା। ଗାଁ ଲୋକେ ଘଉଡ଼ାଇ ଦେବାରୁ ହରିଣଟି ପୁଣି ଜଙ୍ଗଲକୁ ପଳାଉଥିବାବେଳେ ପଞ୍ଚାନନ ବେହେରା (୪୧) ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ତା’ର ମୁଣ୍ଡକୁ ହାଣି ଦେଇଥିଲା। ଫଳରେ ହରିଣର ମୃତ୍ୟୁ ଘଟିଥିଲା।

ଖବର ପାଇ ବନ କର୍ମଚାରୀ ପହଞ୍ଚି ହରିଣର ମୃତ‌ଦେହ ଜବତ କରିବାସହ ଅଭିଯୁକ୍ତ ପଞ୍ଚାନନକୁ ଗିରଫ କରିଥିଲେ। ଅଭିଯୁକ୍ତ ପଞ୍ଚାନନର ଘର କାମାକ୍ଷାନଗର ଥାନା ଅଞ୍ଚଳରେ। ସେ ଶ୍ୱଶୁର ଘରେ ୫ବର୍ଷ ହେଲା ରହିଆସୁଥିଲା ବୋଲି ହଦଗଡ଼ ରେଞ୍ଜର ସୁମିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର