ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବ୍ଲକ ଅନ୍ତର୍ଗତ କେୟାରବାଙ୍କ ଗ୍ରାମର ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ କେୟାରବାଙ୍କ ଗ୍ରାମର ନାଗମଣି ମଳିକ(୬୫), ଟହଲା ମଳିକ ଓ ଦସୁଆ ମଳିକ ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ ଟା ସମୟରେ ସ୍ଥାନୀୟ ଗୋବରୀ ନଦୀକୁ ମାଛ ଧରିବାକୁ ଯାଇଥିଲେ। ଟହଲା ଓ ଦସୁଆଙ୍କ ଠାରୁ ଅଳ୍ପ କିଛି ଦୂରରେ ନାଗମଣି ଜାଲ ପକାଉଥିଲେ। ଟହଲାଙ୍କ କହିବା କଥା ଯେ ହଠାତ ନାଗମଣି ଚିତ୍କାର କରିବା ପରେ ସେ ଓ ଦସୁଆ ତାଙ୍କ ନିକଟକୁ ଗଲାବେଳକୁ ତାଙ୍କୁ ଆଉ ପାଇ ନଥିବା ବେଳେ କେବଳ ଗାମୁଛାଟି ପଡିଥିଲା। କଥାଟି ପ୍ରଚାରିତ ହେବା ପରେ ନଦୀକୂଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।କେତେକ ମାଛ ଧରାଳି ଡ଼ଙ୍ଗା ସାହାଯ୍ୟରେ ଖୋଜାଖୋଜି କରୁଥିବା ବେଳେ କୁମ୍ଭୀରଟି ଭାସୁଥିବା ବେଳେ ଲୋକଟି ଭାସୁଥିବା ସେମାନେ ଦେଖିଛନ୍ତି ବୋଲି କହିଛନ୍ତି। ତେବେ କୁମ୍ଭୀରଟି ନାଗମଣିକୁ ଟାଣି ନେଇଛି ନା ଫିଙ୍ଗା ଜାଲଟି କୁମ୍ଭୀର ଉପରେ ପଡିବା ପରେ କୁମ୍ଭୀର ଜାଲ ସହିତ ତାଙ୍କୁ ଟାଣି ନେଇଛି ତାହା ଜଣାପଡି ନାହିଁ। ଶବ ମିଳିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି।
ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଲା!
/sambad/media/post_attachments/wp-content/uploads/2022/07/d8069590-fef7-4425-bdfa-1feacd7beb43.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)