ବନ୍ତଳା: ଦାନ୍ତକାଠି ଆଣିବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ଯୁୁବକଙ୍କୁ ହାତୀ ଆକ୍ରମଣ କରିଛି। ସଂପୃକ୍ତ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ପରିିବାର ଏବଂ ଗାଁ ଲୋକେ ଅଭିଯୋାଗ ଆଣିିଛନ୍ତିି। ମୃତ ଯୁବକ ହେଲେ ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡ଼ା ରେଞ୍ଜର କରଡ଼ାପଡ଼ା ଗାଁର ବିଦ୍ୟାଧର ବେହେରା (୪୨) ।
ପରିବାର ଲୋକଙ୍କ କହିିବା ଅନୁସାରେ ରବିବାର ଦିିନ ପୂର୍ବାହ୍ଣ ୧୧ଟାରେ ବିଦ୍ୟାଧର ଦାନ୍ତକାଠି ପାଇଁ କରଡ଼ାପଡ଼ା ନିିକଟ ଜଙ୍ଗଲକୁ ଯାଇଥିଲେ। ଏହା ପରେ ସେ ଆଉ ଘରକୁ ଫେରି ନଥିଲେ। ବିଦ୍ୟାଧର ରବିବାର ସନ୍ଧ୍ୟା ସୁୁଦ୍ଧା ଘରକୁ ନ ଫେରିବାରୁୁ ପରିିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କିିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିିପାାରି ନଥିଲା।
ତେବେ ଆଜି ସକାଳୁ ଗ୍ରାମର କିିଛି ଲୋକ ଜଙ୍ଗଲକୁ ଯାାଇଥିବା ବେଳେ ଗଇଁଦି ନିକଟରେ ଥିବା ମୁଣ୍ଡାପଡ଼ିଆ ଠାରେ ବିଦ୍ୟାଧରଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ଠାବ କରିଥିଲେ। ଘଟଣାସ୍ଥଳରେ ହାତୀର ମଳ ପଡ଼ିଥିବାରୁ ବିଦ୍ୟାଧରଙ୍କୁ ହାତୀ ମାରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏନେଇ ସାତକୋଶିଆ ଏସିଏଫ୍ ଶୁଭେନ୍ଦୁ ବେହେରା କହିିଛନ୍ତି ଯେ, ବିଦ୍ୟାଧରଙ୍କ ମୃତ୍ୟୁ ନେଇ ଆମେ ସୁନିଶ୍ଚିତ ହୋଇପାରି ନାହୁଁ। ତଦନ୍ତ ପାଇଁ ସ୍ଥାନୀୟ ରେଞ୍ଜର ଓ ବନକର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ତଦନ୍ତ ସରିିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ସୂଚନାଯୋଗ୍ୟ ଚଳିତ ବର୍ଷ ବନ୍ତଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ୪ ଜଣ ଲୋକ ହାତୀ ଆକ୍ରମଣରେ ଜୀବନ ହରାଇଛନ୍ତି। କିନ୍ତୁ ସାତକୋଶିଆରେ ହାତୀ ଆକ୍ରମଣରେ ପ୍ରଥମ ଥର ପାଇଁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି।