କଟକ: କ୍ରିକେଟ ଖେଳକୁ ନେଇ ରବିବାର ଏକ ଅଭାବନୀୟ ଖବର ଆସିଛି। କଟକ ଚୌଦ୍ୱାର ଅଞ୍ଚଳରେ ଏକ ହତ୍ୟାକାଣ୍ଡ ହୋଇଛି। ମ୍ୟାଚ୍ ଚାଲିଥିଲା ବେଳେ ବୋଲରଙ୍କ ଏକ ବଲକୁ ଅମ୍ପାୟାର ‘ନୋ ବଲ’ ଘୋଷଣା କରିବାରୁ ତାଙ୍କୁ ଆକ୍ରମଣ କରାଯାଇଛି। ଅମ୍ପାୟାରଙ୍କୁ ବଞ୍ଚାଇବାକୁ ଯାଇଥିବା କ୍ରିକେଟ ଆୟୋଜକ କମିଟିର ସଦସ୍ୟଙ୍କୁ ହତ୍ୟା କରାଯାଇଛି। ଛୁରା ଓ ବ୍ୟାଟ୍ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଚୌଦ୍ୱାର ମହିଷାନଣ୍ଡା ପଂଚାୟତର ଲକି ରାଉତ (୨୨)।
ସୂଚନା ଅନୁସାରେ ଚୌଦ୍ବାରରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ମଧ୍ୟରେ କ୍ରିକେଟ ମ୍ୟାଚ୍ ଚାଲିଥିଲା। ଏହି ସମୟରେ ଅମ୍ପାୟାରଙ୍କ ନୋ ବଲ୍ ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅମ୍ପାୟାର ଭୂମିକାରେ ଥିବା ଲକି ‘ନୋ ବଲ’ ଘୋଷଣା କରିବାରୁ ତାଙ୍କୁ ଆକ୍ରମଣ ହୋଇଥିଲା। ବୋଲିଂ କରୁଥିବା ଟିମ୍ର ଖେଳାଳିମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆମ୍ପାୟାରଙ୍କୁ ବଞ୍ଚାଇବା ପାଇଁ ଲକି ରାଉତ ପଡ଼ିଆ ଭିତରକୁ ଯାଇଥିଲେ। ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ତେବେ ଆକ୍ରମଣ କରିଥିବା ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ସୂଚନା ପାଇଁ ଚୌଦ୍ବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଁରେ ଉତ୍ତେଜନା ଲାଗି ରହିଛି। ଏକ ପ୍ଲାଟୁନ୍ ପୁଲିସ ମୁତୟନ ଅଛନ୍ତି। କ୍ରିକେଟ୍ ଖେଳ ସମୟରେ ଅମ୍ପାୟାରଙ୍କ ନୋ ବଲ୍ ଘୋଷଣା ପରେ ତାଙ୍କୁ ଆକ୍ରମଣ କରାଯାଇଥିବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ମହିଷାନଣ୍ଡା ଅଞ୍ଚଳରେ ଏହି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/8b7ec413-8976-42b9-80d4-ddbcd82a4646.jpg)