ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅଭାବନୀୟ ଘଟଣା ଘଟିଛି। ଏଠାରେ ଚିକିତ୍ସା ପାଇଁ ଆସିଥିବା ଯୁବକ ଜଣକ ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି। ଆଜି ଘଟିଥିବା ଏହି ଘଟଣାକୁ ନେଇ ଜନସାଧାରଣ ଅଲୋଚନା କରୁଛନ୍ତି। ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ଅନ୍ତର୍ଗତ ଡମସାହିର ଚନ୍ଦନ ନାୟକ।
ସୂଚନା ଅନୁସାରେ କୌଣସି କାରଣକୁ ନେଇ ଚନ୍ଦନ ନାୟକ ଆଜି ସକାଳେ ନିଜ ଘରେ ଥିବା ବେଳେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚନ୍ଦନଙ୍କର ଚିକିତ୍ସା ଜାରି ଥିଲା। ତେବେ ହସ୍ପିଟାଲର ବେଡରୁ ଚନ୍ଦନ କୌଣସି ପ୍ରକାରରେ ଖସି ଯାଇ ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍ ଉଠି ପଳାଇଥିଲେ। ସେ ଡାକ୍ତରଖାନାର ପଞ୍ଚମ ମହଲାରୁ ଡେଇଁ ପଡିଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ତେବେ ଚନ୍ଦନଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଢେଙ୍କାନାଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି।କେଉଁ କାରଣ ପାଇଁ ସେ ବାରମ୍ଵାର ଏଭଳି ଉଦ୍ୟମ କରିଛନ୍ତି ତାହା ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Dhenkanal-hospital-1.jpg)