ବୌଦ୍ଧ/ହରଭଙ୍ଗା: ବୌଦ୍ଧ ସ୍ବତନ୍ତ୍ର ଉପକାରାଗାରରେ ବିଚାରାଧୀନ ଥିବା ଜଣେ କଏଦୀ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଏଦୀ ଜଣକ ହେଲେ ପୋକ୍ସୋ ଆଇନରେ ବିଚାରାଧୀନ ଥିବା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମର ସୁଜନ ବେହେରା। ସେ ଗତ ତିନି ବର୍ଷ ହେଲା ଜେଲରେ ଅଛନ୍ତି।
ସୂଚନା ଅନୁସାରେ ବୁଧବାର କଏଦୀଙ୍କ ଗଣତି ହେବା ସମୟରେ ଜଣେ ଅନୁପସ୍ଥିତ ଥିବା ଜଣା ଯାଇଥିଲା। ଅନେକ ଖୋଜାଖୋଜି ପରେ ତାଙ୍କୁ ଏକ ଗାର୍ଡ କୋଠରୀ ନିକଟରେ ଥିବା ଶୌଚାଳୟର କବାଟ ଭିତର ପଟରୁ ବନ୍ଦଥିବା ଦେଖାଯାଇଥିଲା। କବାଟ ଭାଙ୍ଗିବାରୁ ଭିତରେ ଗଳାକାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଜିଲ୍ଲା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ ସୁଜନ ବେହେରା କାହିଁକି ଗଳା କାଟିଲେ ସେନେଇ ଘଟଣାର ତଦନ୍ତ କରାଯିବା ପରେ ଜଣାପଡ଼ିବ। ପୁଣି ଏମିତି ବି ସନ୍ଦେହ ହେଉଛି ଯେ, ସୁଜନ ବେହେରାଙ୍କୁ ଆକ୍ରମଣ ହୋଇଛି କି?
/sambad/media/post_attachments/wp-content/uploads/2022/07/f3d97a15-be87-42f4-965f-4af1a4f166c7-1024x548.jpg)
ସୂଚନାଯୋଗ୍ୟ, ସୁଜନ ବେହେରା ନାବାଳିକା ଦୁଷ୍କର୍ମ ଘଟଣାରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/996a48a0-52b9-4dcf-9da2-a8baa2b7dbd9.jpg)