ଦିନରେ ପୁରୁଷ ରାତିରେ ନାରୀ: ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ, ଅଭିଯୁକ୍ତ ସ୍ୱାମୀ ଗିରଫ

ଥାନା ବାବୁ କହିଲେ, ୧ ଲକ୍ଷ ନିଅ ଆଉ ଚୁପ୍ ରୁହ

ସୋର:ସ୍ୱାମୀ ତାଙ୍କର ଦିନରେ ପୁରୁଷ ରାତିରେ ନାରୀ। କଥା କଥାକେ ତାଙ୍କୁ ଦେଉଥିଲେ ନିର୍ଯ୍ୟାତନା ଓ ଜୀବନରୁ ମାରିଦେବାର ଧମକ। ଶାଶୁ, ଶଶୁର ଓ ନଣନ୍ଦ ଯାହା ପାଖରେ ବି ଗୁହାରି କଲେ ମିଳୁଥିଲା ଅତ୍ୟାଚାର। ଶେଷରେ ସହିବାର ସବୁ ସୀମା ଟପିଗଲା ପରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲେ କିନ୍ତୁ ଥାନାରେ ନ୍ୟାୟ ବଦଳରେ ହେଲା ମୂଲଚାଲ। ୧ଲକ୍ଷ ନିଅ ଆଉ ଚୁପ ବସିଯାଅ ଆଉ ନିଜ ପିଲା ସହିତ ନିଜର ଭବିଷ୍ୟତ ଦେଖ ଏପରି କହିଥିଲେ ଥାନାବାବୁ।


ସୋର ବ୍ଲକ ମୁଳିଶିଂ ପଞ୍ଚାୟତ ମୂଳିଶିଂ ଗ୍ରାମର ମହେନ୍ଦ୍ର ଖିଲାରଙ୍କ ପୁଅ ଚିରଞ୍ଜିତ ଖିଲାରଙ୍କ ସହିତ ସିମୁଳିଆ ଥାନା ଅମରିଆ ଅଗ୍ନିପୁର ଗ୍ରାମର ଜଣେ ଯୁବତୀଙ୍କ ସହିତ ୨୦୧୯ ମସିହା ମାର୍ଚ୍ଚ ୫ତାରିଖରେ ବୈଦିକ ରୀତିରେ ବାହାଘର ହୋଇଥିଲା। ବାହାଘର ବେଳେ ଚିରଞ୍ଜିତ ଜଣେ ଇଂଜିନିୟର ବୋଲି କହିଥିଲେ। କିନ୍ତୁ ଅସଲରେ ସେ ସୁରାଟରେ ରହି ସେକ୍ସ ରାକେଟ ଚଳାଇଥିଲେ। ବିବାହର କିଛି ଦିନ ପରେ ଏହି କଥା ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ। ବିରୋଧ କରିବାରୁ ତାଙ୍କୁ ମଧ୍ୟ ସୁରାଟ ନେଇଯାଇଥିଲେ ସ୍ୱାମୀ ଚିରଞ୍ଜିତ। ଆଉ ସେଠାରେ ଆରମ୍ଭ କରିଦେଇଥିଲେ ଅତ୍ୟାଚାର, ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷ ପାଖରେ ଶୋଇବାକୁ ବାଧ୍ୟ କରିଥିଲେ ସ୍ତ୍ରୀ ରାଜି ନହେବାରୁ ମାଡ଼ ମାରୁଥିଲେ। ଉପାସରେ ରଖୁଥିଲେ । ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ।

ପରବର୍ତ୍ତୀ ସମୟରେ ସେଠାରୁ ସ୍ଥାନୀୟ ଲୋକଙ୍କ ସହାୟତରେ ନିଜ ଶାଶୁଘର ଗାଁ ରେ ପହଂଚି ଏଇ କଥା ସବୁ ଶାଶୁ ଶଶୁର ନଣନ୍ଦଙ୍କ ପାଖରେ କହିଥିଲେ କିନ୍ତୁ ପ୍ରତିବଦଳରେ ସେଠାରୁ ବି ମିଳିଥିଲା ମାଡ଼। ଶେଷରେ କିଛି ଉପାୟ ନପାଇ ଥାନାରେ ଦ୍ୱାରସ୍ଥ ହୋଇଥିଲେ ମହିଳା ଜଣଙ୍କ। ଥାନାରେ ତାଙ୍କ ଅଭିଯୋଗ ଗ୍ରହଣ କରିବା ପରେ ତାଙ୍କୁ ନ୍ୟାୟ ଦେବା ବଦଳରେ ମୂଲଚାଲ କରି ୧ ଲକ୍ଷ ନେଇ ନିଜର ଆଉ ନିଜ ଛୁଆର ଭବିଷ୍ୟତକୁ ଚିନ୍ତାକର ବୋଲି ଅଧିକାରୀଜଣଙ୍କ ତାଙ୍କୁ କହିଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ।

ଶେଷରେ ମହିଳାଜଣଙ୍କ କିଛି ବୁଦ୍ଧିବାଟ ନପାଇ ଶେଷରେ ଏସପିଙ୍କ ଦ୍ୱାରସ୍ଥ ହୋଇ ନିଜର ଦୁଃଖ କାହାଣୀ କହିବା ପରେ ଏସପି ତାଙ୍କୁ ଘଟଣାର ସଠିକ ତଦନ୍ତ କରି ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।  ସୋର ପୁଲିସ ମହିଳାଙ୍କ ଅଭିଯୋଗ ମୂଳେ ୪୭୫/୨୨ରେ ଏକ ମାମଲା ରୁଜ୍ଜୁ କରି ବିଭିନ୍ନ ସଂଗୀନ ଦଫା ଲଗାଇ ସ୍ୱାମୀ ଚିରଞ୍ଜିତଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟରେ ତାଙ୍କ ଜାମିନ ନାମଂଜୁର ହେବାରୁ ସେ ଏବେ ଜେଲରେ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର