ପୁରୀ: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୭ଟା ସମୟରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗଜପତି ନଗରର ଅଭିସିତ କର ଏକ ସ୍ପାଏ କ୍ୟାମେରାଯୁକ୍ତ ଚଷମା ପିନ୍ଧି ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଓ ଶ୍ରୀମନ୍ଦିର ଭିତର ଦୃଶ୍ୟକୁ ରେକର୍ଡ କରିଥିଲେ।
ମୁକ୍ତି ମଣ୍ଡପ ନିକଟରେ ସେବାୟତମାନେ ସନ୍ଦେହରେ ଏହି ଚଷମାକୁ ଧରି ଯାଞ୍ଚ କରିବାରେ ଏଥିରେ ସ୍ପାଏ କ୍ୟାମେରା ଲାଗିଥିବାର ଜଣାପଡ଼ିଥିଲା। ସେବାୟତମାନେ ଅଭିସିତଙ୍କୁ ଗାରଦକୁ ନେବା ପରେ ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ଏସ୍ଏସ୍ଏସ୍ବି) କର୍ମଚାରୀ ତାଙ୍କୁ ‘କଣ୍ଟ୍ରୋଲ ରୁମ୍’କୁ ନେଇଥିଲେ। ସେଠାରେ ଅଭିସିତଙ୍କ ଠାରୁ ଏକ ଅଣ୍ଡରଟେକିଂ ଲେଖି ତାଙ୍କୁ ଛାଡ଼ି ଦିଆଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଅଭିସିତଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇ ତଦନ୍ତ ମଧ୍ୟ କରାଯାଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/30/fshffhsxbv-2025-07-30-02-40-03.jpg)