ରାଉରକେଲା: ନିଜ ବେଡ୍ରୁମ୍ରୁ ଆଜି ଆର୍ଏସ୍ପି କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ହାଡ଼ିବନ୍ଧୁ ମାଝୀ(୫୨)। ସେ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ଏସ୍ଏମ୍ଏସ୍-୨ ବିଭାଗରେ କାର୍ଯ୍ୟରତ ଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ସେକ୍ଟର-୨୨, କ୍ବାର୍ଟର ନଂ ବି-୧୮୭ରେ ପତ୍ନୀ, ଝିଅ ସହ ବାସ କରୁଥିଲେ ହାଡ଼ିବନ୍ଧୁ। ପ୍ରତିଦିନ ଭଳି ଗତକାଲି ରାତ୍ରିଭୋଜନ ପରେ ସେ ନିଜ ରୁମ୍କୁ ଶୋଇବାକୁ ଯାଇଥିବାବେଳେ ପତ୍ନୀ-ଝିଅ ଅନ୍ୟ ଏକ ରୁମ୍ରେ ଶୋଇଥିଲେ। କବାଟ ଖୋଲା କରି ଶୋଉଥିବା ହାଡ଼ିବନ୍ଧୁ କିନ୍ତୁ ଆଜି ଭିତର ପଟୁ ବନ୍ଦ କରି ଦେଇଥିଲେ। ଆଜି ସକାଳେ ଢ଼େର୍ ବିଳମ୍ବ ପର୍ଯ୍ୟନ୍ତ କବାଟ ଭିତରପଟୁ ବନ୍ଦ ରହିବାରୁ ପତ୍ନୀ କବାଟ ଖୋଲିବାକୁ ପ୍ରୟାସ କରିଥିଲେ। ପରେ କବାଟ ଖୋଲିବାପରେ ହାଡ଼ିବନ୍ଧୁଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ସୂଚନା ଦିଆଯିବାପରେ ଟାଙ୍ଗରପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଦାର କରିଥିଲା। ହାଡ଼ିବନ୍ଧୁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ କେଉଁ କାରଣରୁ ଆହତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି।
ଆର୍ଏସ୍ପି କର୍ମଚାରୀଙ୍କ ଆତ୍ମହତ୍ୟା! କାରଣ ଅସ୍ପଷ୍ଟ, ତଦନ୍ତ ଜାରି
/sambad/media/post_attachments/wp-content/uploads/2022/09/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)