ଲୁଚି ଘରୁ ପଳାଇବାକୁ ମନାକଲା ପ୍ରେମିକା! ରସି ଲଗାଇ ଆତ୍ମହତ୍ୟା କଲା ପ୍ରେମିକ

ବାରିପଦା: ଲୁଚି ଲଚି ଘରୁ ଯିବାକୁ ରୋକଠୋକ୍ ମନା କଲା ପ୍ରେମିକା। ଏଥିରେ ମ୍ରିୟମାଣ ହୋଇ ପ୍ରେମିକ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ବାରିପଦା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଶ୍ରୀପଦଗଞ୍ଜର ସୁରଜ ବିନ୍ଧାଣୀ(୨୨)। ତାଙ୍କ ସାଙ୍ଗସାଥୀଙ୍କ କହିବା ଅନୁଯାୟୀ ସୁରଜ ଜଣେ ଝିଅକୁ ବହୁଦିନ ହେଲା ଭଲ ପାଇ ଆସୁଥିଲା। ଦୁହେଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ପରିବାର ଲୋକଙ୍କ ସହମତିରେ ବାହାଘର ସମ୍ଭବ ନୁହେଁ ଜାଣି ଘରଛାଡ଼ି ପଳାଇବାକୁ ପ୍ରେମିକାଙ୍କୁ କହିଥିଲେ ସୁରଜ।

ତେବେ ପ୍ରେମିକା ଏମିତି କରିବାକୁ ରୋକଠୋକ୍ ମନା କରି ଦେଇଥିଲା। ଏଥିରେ ମ୍ରିୟମାଣ ହୋଇ ସୁରଜ ଘରଠାରୁ କିଛି ଦୁର ଏକ ଜଙ୍ଗଲରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଖବର ପାଇ ଟାଉନ ଥାନା ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପିଆରଏମ ମେଡିକାଲକୁ ପଠାଇଛି। ଏ ନେଇ କେସ୍‌ ନଂ ୫୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର