ଆଇଆଇଏମ୍‌ ସମ୍ବଲପୁରର ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ

ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଆଇଆଇଏମ୍‌ ସମ୍ବଲପୁରର ନିର୍ମାଣାଧୀନ ଏକ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଝାଡ଼ଖଣ୍ଡ ନିବାସୀ ଅର୍ଜୁନ କୁମାର ରାମ(୨୭)। ଗତକାଲି ଅପରାହ୍‌ଣ ୪ଟାରେ କାମ କରୁଥିବା ବେଳେ ପାଖାପାଖି ୩ ମିଟର ଉଚ୍ଚରୁ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଆଇଆଇଏମ୍‌ ‌ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଠିକା କାମ କରୁଥିବା ଠିକାସଂସ୍ଥା ନିର୍ମାଣ ଶ୍ରମିକଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରୁନଥିବାରୁ ଏଭଳି ଘଟିଥିବା କହାଯାଇଛି।

ସମ୍ବନ୍ଧିତ ଖବର