ବ୍ରଜରାଜନଗର: ଜାତୀୟ ରାଜପଥ ନଂ ୪୯ର କୁମୁଡ଼ାପାଲିଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ସନ୍ଧ୍ୟା ୫ଟାରେ ଏହି ଦୁର୍ଘଟଣା ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯୁବକ ଜଣକ ସିରିଆପାଲିରୁ ଝାରସୁଗୁଡ଼ା ଆସୁଥିଲେ।
ସେ ସମ୍ବଲପୁରୀରେ କଥାବାର୍ତ୍ତା କରୁଥିଲେ। ସେ ବ୍ରଜରାଜନଗର ଝୁପୁଡ଼ିପଡ଼ା ଯିବା ପାଇଁ କୁମୁଡ଼ାପାଲିରେ ବାଇକ ଚାଳକଙ୍କୁ ଲିଫ୍ଟ ମାଗୁଥିଲେ। ପୁଲିସ ଶବ ଜବତ କରି ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ଏସ୍ଆଇ ମଦନ ନାୟକ ସୂଚନା ଦେଇଛନ୍ତି।