ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଯୁଯୁମୁରା: ଆଜି ଯୁଯୁମୁରା-କେଶାପାଲି ରାସ୍ତାର ମହାକୁଡ଼ପାଲି ଛକ ନିକଟସ୍ଥ କୁଡ୍‌ଡୁ ଘାଟିରେ ମଙ୍ଗଳବାର ଦିନ ପ୍ରାୟ ସାଢେ ୮ ଟା ସମୟରେ ଭାରସାମ୍ୟ ହରାଇ ଏକ ବାଇକ୍‌ ଗଛରେ ପିଟି ହୋଇଥିଲା। ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ ଡାକ୍ତର ଜଣେ ଆହତଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଗୁରୁତର ଆହତଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ମୃତ ଯୁବକ  ଜଣକ ହେଲେ ଜମନକିରା ଥାନା କଦଳୀପାଲର ପ୍ରଶାନ୍ତ ନାଏକ(୧୯) ବୋଲି ଜଣାପଡ଼ିଛି। ଆହତ ଯୁବକ ଜଣକ ହେଲେ ଯୁଯୁମୁରା ଥାନା କେଶାପାଲିର ଅଗସ୍ତି ପଧାନ(୩୫)। ପୁଲିସ ବ୍ୟବଚ୍ଛେଦ ପାଇଁ ଶବକୁ ବୁର୍ଲା ଡାକ୍ତରଖାନାକୁ ପଠାଇଛି । ଅଗସ୍ତି ଓ ପ୍ରଶାନ୍ତ ଏକ ବାଇକ୍‌ (ଓଆର୍‌ ୧୫ ଆର୍‌-୧୫୪୬)ରେ କୌଣସି କାମରେ ଯୁଯୁମୁରା ଆସି କେଶାପାଲିକୁ ଫେରୁଥିଲେ।  ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ସେମାନେ ପିଟି ହୋଇଥିଲେ।

ସମ୍ବନ୍ଧିତ ଖବର