କୋଲାବିରା: କୋଲାବିରା ଥାନା ସୋଢାମାଲ ବ୍ରିଜ ପାଖରେ ଏକ ସଡ଼କ ଦୁର୍ଘଟଣାରେ ଅଜିତ ମିଶ୍ର (୩୮ ବର୍ଷ)ଙ୍କ ମୃତ୍ୟୁ ଘଟିଛି। କତରବଗା ଥାନା ସଦର ମହକୁମାର ଅଜିତ ଶୁକ୍ରବାର ୩ଟାରେ ନିଜ ବାଇକ (ଓଡି ୨୩ ଡି ୧୪୨୩)ରେ ଯାଉଥିବା ବେଳେ ଏକ ଟ୍ରାକ୍ଟର (ଓଡି ୧୫ ପି ୪୩୬୨) ସହ ଦୁର୍ଘଟଣା ହୋଇଥିଲା।
ଘଟଣାସ୍ଥଳରୁ ଅଜିତଙ୍କୁ ଉଦ୍ଧାର କରି କୋଲାବିରା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଶବ ଜବତ କରିବା ସହ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ କୋଲାବିରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।