ଗୁଆଲି: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଟପାଡିହିଠାରେ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସଂଧ୍ୟା ପ୍ରାୟ ୬ଟାବେଳେ ତେଲକୋଇ ଥାନା ଗାଡ଼ିକଂସ ଗ୍ରାମର ମୁକେଶ କୁମାର ଧଳ ଭଦ୍ରାସାହିରୁ କୋଇଡ଼ା ଅଭିମୁଖେ ବାଇକ୍ (ଓଡି-୦୯-ଜେ-୨୧୦୯)ରେ ଯାଉଥିଲେ। ଟପାଡିହି ଛକରେ ଟ୍ରକ୍ (ଡବ୍ଲୁବି-୪୧-ଜି-୮୩୦୬) ପଛକୁ ଆସୁଥିବା ସମୟରେ ମୁକେଶ ଟ୍ରକ୍ ପଛରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ୫୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ରାସ୍ତାରୋକ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/accident-khordha-ff.jpg)