ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ବିଆର୍‌ପିଏଲ ଟାଉନସିପ ନିକଟରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଘଷିପୁରା ଥାନା କାନପୁର ଗାଁର ସ୍ବର୍ଗତ ପ୍ରଦ୍ୟୁମ୍ନ ଜେନାଙ୍କ ପୁଅ ସୁପ୍ରକାଶ ଜେନା (୧୮)। ସେ ବରଗଡିଆ ଗାଁ’କୁ ମାଉସୀ ଘରକୁ ଆସୁଥିବା ବେଳେ ବିଆରପିଏଲ୍ ଟାଉନସିପ୍‌ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।

Advertisment

ଖବର ପାଇ କଳିଙ୍ଗନଗର ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇ  ତଦନ୍ତ ଜାରି ରଖିଛି।