ବାଇକ ଦୁର୍ଘଟଣାରେ ଯୁବକ ମୃତ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ଶାଳପଡ଼ା ଗ୍ରାମରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଶାଳପଡ଼ା ଗ୍ରାମର ସେକ ଶାବନ। ଗତ ୪ ତାରିଖରେ ସେ ଘରକୁ ଫେରୁଥିବା ସମୟରେ ଗ୍ରାମର ଗୋଲା ପୋଖରୀ ନିକଟରେ ପଛରୁ ଏକ ବାଇକ୍‌ (ଓଆର-୦୫ଏଏନ-୮୬୪୦) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସିତ ଅବସ୍ଥାରେ ଗତ ୧୩  ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମଙ୍ଗଳବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶାବନଙ୍କ ବଡ଼ଭାଇ ସେକ ମତଲୁବ ଅଲ୍ଲୀ ପାଣିକୋଇଲି ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ୧୧୧/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର