ବାଇକ୍‌ ଧକ୍କାରେ ସାଇକଲ ଚାଳକ ମୃତ

ଦଶରଥପୁର: ମଙ୍ଗଳପୁର-ଯାଜପୁର ମୁଖ୍ୟ ରାସ୍ତାର ଦିହୁଡ଼ିସାହି ନିକଟସ୍ଥ ଟାଟା ପାୱାର ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳେ ଏକ ବାଇକ ଧକ୍କାରେ ଜଣେ ସାଇକଲ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି କନିକାପଡ଼ା ପଞ୍ଚାୟତ ମଧୁପୁର ଗ୍ରାମର ଉପେନ୍ଦ୍ର ବେହେରା(୫୯)। ସେ ଦିହୁଡ଼ିସାହି ନିକଟରେ ଚା’ ଦୋକାନ କରିଥିଲେ।

ଦୋକାନ ସାମଗ୍ରୀ ଆଣିବା ପାଇଁ ସେ ମଙ୍ଗଳପୁର ବଜାରକୁ ଯାଇ ଫେରୁଥିବା ସମୟରେ ଏକ ଅଜଣା ବାଇକ୍ ତାଙ୍କୁ ପଛପଟୁ ଧକ୍କା ଦେଇ ପଳାଇଥିଲା। ତାଙ୍କୁ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର