ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବଲାଙ୍ଗୀର: ପୁଇନ୍ତଳା ଥାନା ମଲମୁଣ୍ଡା ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ମଲମୁଣ୍ଡା ଗ୍ରାମର ଗଣେଶ୍ବର ନନ୍ଦ (୭୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଅଲେଖ ଧର୍ମ ଗ୍ରହଣ କରିଥିବା ଗଣେଶ୍ବର ନିତଦିନ ରାତିରେ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଆନ୍ତି।

ରାସ୍ତା ପାର ହେଇ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ପୁଇନ୍ତଳା ପୁଲିସ ଖବର ପାଇ ଶବକୁ ଉଦ୍ଧାର କରି ବଲାଙ୍ଗୀର ବଡ଼ ଡାକ୍ତରଖାନାକୁ ଆଣିଥିଲା। ଗୁରୁବାର ସକାଳୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରଯାଇଥିଲା।

ସମ୍ବନ୍ଧିତ ଖବର