ଯୋଡ଼ା : ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିବା ଯୋଡ଼ା ଆଜାଦନଗର ଏମ୍ସି ନୌସାଦଙ୍କ ପୁଅ ମୁଜାହିଦ (୨୯)ଙ୍କ ରାଉରକେଲା ଆଇଜିଏଚ୍ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତ ୧ ତାରିଖରେ ପ୍ରବଳ ଗରମ ହେଉଥିବାରୁ ମୁଜାହିଦ୍ (୨୯) ଓ ତାଙ୍କ ସାନଭାଇ ସାକିବ (୨୩) ଘର ଛାତ ଉପରକୁ ଶୋଇବାକୁ ଯାଇଥିଲେ।
ଛାତଠାରୁ କମ୍ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଉଭୟ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଯୋଡ଼ାସ୍ଥିତ ଟାଟାଷ୍ଟିଲ୍ ଡାକ୍ତରଖାନା ପରେ ରାଉରକେଲା ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସାକିବ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବାବେଳେ ମୁଜାହିଦ୍ଙ୍କ ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)