ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ବୁର୍ଲା: ବରଗଡ଼ ରେଲୱେ ଷ୍ଟେସନରୁ କିଛି ଦୂରରେ ଜଣେ ବ୍ୟକ୍ତି ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ରେଲୱେ ପୁଲିସ୍ ପକ୍ଷରୁ ପ୍ରଥମେ ବରଗଡ଼ ସରକାରୀ ଡାକ୍ତରଖାନା ଏବଂ ପରେ ତାଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ତେବେ ତାଙ୍କ ନାଁ ସୁରେନ୍ଦ୍ର ବାରିକ ଓ ତାଙ୍କ ଆନୁମାନିକ ବୟସ ୪୫ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ତେବେ, ତାଙ୍କର ଠିକଣା ଜଣାପଡ଼ିନଥିବା ଏବଂ କୌଣସି ଆତ୍ମୀୟ ପରିଜନ ଆସି ନଥିବାରୁ ଶବକୁ ପୁଲିସ୍ ଜବତ କରି ମେଡ଼ିକାଲ ଫାଣ୍ଡି ଫ୍ରିଜରରେ ରଖାଯାଇଛି। ଯଦି, କେହି ସହୃଦୟ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ବିଷୟରେ ଜାଣିଥିବେ, ତେବେ ତୁରନ୍ତ ବୁର୍ଲା ମେଡିକାଲ ଫାଣ୍ଡିରେ ଜଣାଇବାକୁ ଫାଣ୍ଡି ଅଧିକାରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର