କୋକସରା: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କେନ୍ଦୁଡଙ୍ଗରୀ ଗ୍ରାମର ଅଦଳ ପୁଝାରୀଙ୍କ ପୁଅ ଲୋକନାଥ ପୁଝାରୀ (୩୦)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଘର ବାରଣ୍ଡାରେ ଲୋକନାଥ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଲୋକନାଥଙ୍କୁ କୋକସରା ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆମପାଣି ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଆମପାଣି ଥାନା ଏସ୍ଆଇ ରାଜେଶ ପରିଡ଼ା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)