ବଡ଼ଚଣା: ହାଇଲେବୁଲ କେନାଲ ପାଣିରେ ବୁଡ଼ି ଆଜି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ବଡ଼ଚଣା ଥାନା ତଥା ଧାନମଣ୍ଡଳ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର କଣ୍ଡୁରୀ ଦେହୁରୀଙ୍କ ପୁତ୍ର ଚାତେରା ଦେହୁରୀ (୨୫)। ଆଜି ଚାତେରା ଗ୍ରାମ ନିକଟ ହାଇଲେବୁଲ କେନାଲକୁ ସେ ଗାଧୋଇବା ପାଇଁ ଯାଇଥିଲେ।
ସେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ସେଠାରେ ଥିବା ଲୋକେ ଖୋଜାଖୋଜି କରିଥିଲେ ବି ପାଇନଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ସେମାନେ ଆସି ଚାତେରାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଏନେଇ ବଡ଼ଚଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat.jpg)