ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ

ଭଦ୍ରକ:, ସାଙ୍ଗ ଙ୍କ ସହ ସାଳନ୍ଦୀ  ନଦୀର କାଉପୁର ଦେବାର କୁଣ୍ଡ ଠାରେ ଗାଧୋଇବା ବେଳେ ଜଣେ ଯୁବକ ବୁଡି ଯାଇଛନ୍ତି। ମୃତ ଯୁବକ ହେଲେ ମଠସାହିର ସୌମ୍ୟରଂଜନ ସେନାପତି(୨୪)। ୮ ସାଙ୍ଗ  ବୁଧବାର ଏହି ନଦୀକୁ ଗାଧୋଇବାକୁ ଯାଇଥିଲେ।  ସୌମ୍ୟରଂଜନ ବୁଡିଯିବା ପରେ ୪ ସାଙ୍ଗ ଦୌଡି ପଳାଇଥିଲେ।

ଆଉ ୪ ସାଙ୍ଗକୁ ଗାଁ ଲୋକେ ଅଟକ ରଖି ଭଦ୍ରକ  ଗ୍ରାମାଞ୍ଚଳ ପୁଲିସଜିମା ଦେଇଥିଲେ। ପୁଲିସ ଏମାନଙ୍କୁ ପଚରାଉଚରା କରୁଛି। ସୌମ୍ୟ ୮ ସାଙ୍ଗଙ୍କ ସହ ସୀତାକୁଣ୍ଡ ନିକଟରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ଏଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର