ବ୍ରହ୍ମବରଦା : ଧର୍ମଶାଳା ଥାନା ତଥା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ସାମସୁନ୍ ବିବିଙ୍କ ଦିବ୍ୟାଙ୍ଗ ପୁଅ ସେକ୍ ଆଲ୍ଲାରେଖା ଖାଁ(୩୭)ଙ୍କର ବ୍ରାହ୍ମଣୀ ନଦୀରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ଆଜି ଅପରାହ୍ଣରେ ଆଲ୍ଲାରେଖା ବଜାରଘାଟସ୍ଥିତ ବ୍ରହ୍ମବରଦା ସେତୁ ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ବ୍ରହ୍ମବରଦା ଫାଣ୍ଡିକୁ ଜଣାଇଥିଲେ।
ବ୍ରହ୍ମବରଦା ଫାଣ୍ଡି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ମୃତଦେହ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଆଲ୍ଳାରେଖାଙ୍କର ୪ଟି ସନ୍ତାନ ଅଛନ୍ତି। ତାଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)