ହାଟଡିହି: ହାଟଡିହି ବ୍ଲକ ମୁଗୁପୁର ଗ୍ରାମରେ ଜଣେ ବ୍ୟକ୍ତି ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଗ୍ରାମର ନଣ୍ଡା ସାହୁ ନାମକ ଜଣେ ବ୍ୟକ୍ତି ଆଜି ଭୋରୁ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଇଥିବା ବେଳେ ଆଉ ଫେରି ନଥିଲା। ପରିବାର ଲୋକେ ଅନେକ ଖୋଜାଖୋଜି କରିବାପରେ ନାଳ ନିକଟରେ ତାଙ୍କ ଯୋତା ରଖାଯାଇଥିବା ଦେଖି ସନ୍ଦେହ କରିଥିଲେ।
ବହୁ ଖୋଜାଖୋଜି କରିବାପରେ ନାଳ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା । ପରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ମୃତଦେହକୁ ପାଣିରୁ ବାହାର କରିଥିଲେ। ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି। ନଣ୍ଡା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତୁରନ୍ତ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat-1.jpg)