ପାଟଣା: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବେଲଦା ନିକଟରେ ବାଇକ୍‌ରୁ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ତୁରୁମୁଙ୍ଗା‌ ଥାନା ନୂଆଗାଁର ଜଗବନ୍ଧୁ ମୁଣ୍ଡା (୨୫)। ଶନିବାର ବାଇକ୍‌ରେ ଜଗବନ୍ଧୁ କେନ୍ଦୁଝରରୁ ନିଜ ଗ୍ରାମକୁ ଫେରୁଥିଲେ। ଅନ୍ୟଜଣେ ବାଇକ୍‌ ଚଳାଉଥିବା ବେଳେ ସେ ପଛରେ ବସିଥିଲେ।

Advertisment

ହମ୍ପସ୍‌ ନିକଟରେ ସେ ବାଇକ୍‌ରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥା କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥା‌ରେ ଆଜି ତାଙ୍କର ମୃତ୍ୟୁ ଘଟିଛି।