ମୋବାଇଲରେ କଥାହେବା ହେଲା କାଳ, ପିଆର୍‌ଏମ୍‌ ମେଡିକାଲ୍‌ କଲେଜ ୩ ମହଲା ଶିଡ଼ିରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ବାରିପଦା: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ପିଆର୍‌ଏମ୍‌)ରେ ଘଟିଛି ଅଘଟଣ। ୩ ମହଲା ବିଲ୍‌ଡିଂ ଶିଡ଼ିରୁ ଖସିପଡ଼ି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ସେ ହେଲେ ଝାଡ଼ଖଣ୍ଡ ଘୋଡ଼ାବନ୍ଧା ଥାନା ମୁଣ୍ଡକଟା ଗ୍ରାମର ଦୁଲା ସୋରେନ୍‌ (୪୦)। ନିଜ ଅସୁସ୍ଥ ପତ୍ନୀଙ୍କୁ ଗତକାଲି ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ ଦୁଲା। ଆଜି ସକାଳେ ପତ୍ନୀ ନିଜ ୱାର୍ଡରେ ଥିବା ବେଳେ ଦୁଲା ମୋବାଇଲ୍‌ରେ କାହା ସହ କଥା ହୋଇ ଶିଡ଼ିରେ ଓହ୍ଲାଇବା ବେଳେ ଅସାବଧାନତାବଶତଃ ତିନି ମହଲା ତଳକୁ ଖସି ପଡ଼ିଥିଲେ। ଆଶୁ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବା ବେଳେ ଦୁଲାଙ୍କର ମୃତ୍ୟୁ ହୋଇଥିଲା। ପତ୍ନୀଙ୍କୁ ଭଲ କରିବାକୁ ଡାକ୍ତରଖାନା ଆଣିଥିବା ସ୍ବାମୀ ନିଜେ ଡାକ୍ତରଖାନାରେ ଶବ ପାଲଟିଯିବେ, ଏ କଥାକୁ ସହଜରେ ବିଶ୍ବାସ କରିପାରିନାହାନ୍ତି ଅସୁସ୍ଥ ପତ୍ନୀ।

ସମ୍ବନ୍ଧିତ ଖବର